• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

କୋରାପୁଟ ଜିଲ୍ଲାର ଅର୍ଥ ବ୍ୟବସ୍ଥା :-

କୋରାପୁଟ ଜିଲ୍ଲାର ଅର୍ଥ ବ୍ୟବସ୍ଥା ମୁଖ୍ୟତଃ ଜଂଗଲ ଓ କୃଷି ( ପରିବର୍ତ୍ତିତ କୃଷି ସମେତ ) ଉପରେ ଆଧାରିତ | ଲୋକମାନଙ୍କର ଦୈନନ୍ଦିନ ଚାହିଦା ମେଣ୍ଟାଇ ଥାଏ ବିଭିନ୍ନ କୃଷିଜାତ ଓ ଜଂଗଲଜାତ ପଦାର୍ଥ | ଅର୍ଦ୍ଧ ହରିତ ଓ ପତ୍ରଝଡ଼ା ହେଉଥିବା ବିଭିନ୍ନ ଉଦ୍ଭିଦ ଓ ଗୁଲ୍ମଲତା ହେଉଛି ଏ ଜିଲ୍ଲାର ପ୍ରାକୂତିକ ସମୂଳ |

ଜିଲ୍ଲାରେ ବହୁ ଶିଳ୍ପାଞ୍ଚଳ ଅବସ୍ଥିତ ଯାହାକି ଜିଲ୍ଲାର ଆର୍ଥିକ ବିକାଶରେ ମହତ୍ତ୍ବପୁର୍ଣ ଭୁମିକା ଗ୍ରହଣ କରିଥାନ୍ତି | କୋରାପୁଟଠାରୁ ୧୫କି.ମି ଦୁରରେ ସୁନାବେଡା ଠାରେ ଭାରତ ସରକାରଙ୍କ ପ୍ରତିରକ୍ଷା ଉଦ୍ୟୋଗ ଅଧିନସ୍ଥ ହିନ୍ଦୁସ୍ଥାନ ଏରୋନଟିକସ୍ ଫ୍ୟାକଟ୍ରୀ ଅବସ୍ଥିତ , ଯେଉଁଥିରେ ୮୦୦୦ ଯନ୍ତ୍ରୀ ଓ ପ୍ରାଯୁକ୍ତିକ ନିୟୋଜିତ ହୋଇଛନ୍ତି | ଜାତୀୟ ଆଲୁମିନିୟମ କଂପାନୀ ( ନାଲକୋ ) ,ଦାମନଯୋଡି ମଧ୍ୟ ଜିଲ୍ଲାର ଆର୍ଥିକ ଅଭିବର୍ଦ୍ଧନ କ୍ଷେତ୍ରରେ ଏକ ଗୁରୁତ୍ବପୁର୍ଣ ସଂସ୍ଥା | ପ୍ରାୟ ୨୫୦୦ ଯନ୍ତ୍ରୀ ଓ ପ୍ରାଯୁକ୍ତିକ ନାଲକୋରେ କାର୍ଯ୍ୟରତ ରହି ବକସାଇଟରୁ ଆଲୁମିନା ବାହାର କରୁଛନ୍ତି | ଏମାନଙ୍କ ବ୍ୟତୀତ ଶହଶହ କଣ୍ଟ୍ରାଟରଙ୍କ ଜରିଆରେ ସହସ୍ରାଧିକ ଶ୍ରମିକ ସେଠାରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି |