• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ୧୯୭୬ ମସିହା ଠାରୁ ଜିଲ୍ଲାପାଳ, କୋରାପୁଟଙ୍କ ପ୍ରଶାସନ ଅଧୀନରେ ରହି କାର୍ଯ୍ୟ କରି ଆସୁଅଛି | ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ରେଲୱେ ଷ୍ଟେସନ ଠାରେ ଏହି କାର୍ଯ୍ୟାଳୟର ଏକ ସୂଚନା କେନ୍ଦ୍ର ରହିଛି | 

ଦୃଷ୍ଟି

  • ଦର୍ଶକଙ୍କ ଦୃଷ୍ଟି ଅନ୍ତରାଳରେ ରହିଯାଇଥିବା କୋରାପୁଟ ଜିଲ୍ଲାର ଅବର୍ଣ୍ଣନୀୟ ପ୍ରାକୃତିକ ଶୋଭା ସଂମ୍ପଦକୁ ଲୋକ ଲୋଚନକୁ ଆଣିବା |
  • କୋରାପୁଟକୁ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରାଧିକାର ଦେଇ, ଏହାର ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ସାଧନ କରିବା ଓ ଏହାକୁ ଜାତୀୟ ତଥା ଆନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା |

ଲକ୍ଷ୍ୟ

  • ଆର୍ଥିକ ତଥା ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ପ୍ରଗତି ହାସଲ ନିମନ୍ତେ ପର୍ଯ୍ୟଟନକୁ ସମୃଦ୍ଧ କରିବା ଏବଂ ସାମାଜିକ ସମତା ତଥା ସମନ୍ୱୟ ସ୍ଥାପନ ନିମନ୍ତେ ପ୍ରଯତ୍ନ କରିବା |
  • କୋରାପୁଟର ପ୍ରତିଛବିକୁ ଦେଶ ବିଦେଶରେ ଆଦୃତ କରାଇବା |
  • ପର୍ଯ୍ୟଟନ ସ୍ଥଳୀ / ସାମଗ୍ରୀ ଗୁଡିକର ସୁରକ୍ଷା, ସମୃଦ୍ଧି ସାଧନ, ପ୍ରାକୃତିକ ପରିବେଶ ତଥା ପରମ୍ପରା ପ୍ରଭୃତିର ଅଭିବୃଦ୍ଧି ସାଧନ ପ୍ରତି ଯତ୍ନବାନ ହେବା |
  • ପର୍ଯ୍ୟଟନ ବ୍ୟବସାୟ, ଆର୍ଥିକ ଅଭିବୃଦ୍ଧି ପାଇଁ ସୁନିଶ୍ଚିତ କରାଇବା |

ଉଦ୍ଦେଶ୍ୟ

  • ପର୍ଯ୍ୟଟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଔ ଗୋଷ୍ଟି ଜୀବନର ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧି ସାଧନ ପାଇଁ ପ୍ରୟାସ ଅବ୍ୟାହତ ରଖିବା |
  • କୋରାପୁଟର ବହୁବିଧ ପ୍ରଚଳିତ ପରମ୍ପରା, ପ୍ରାକୃତିକ ସମ୍ପଦ ଏବଂ ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖି ପର୍ଯ୍ୟଟନ ମାଧ୍ୟମରେ ଏସବୁ ସହିତ ଯୋଗସୁତ୍ର ସ୍ଥାପନ କରି କୋରାପୁଟର ଉନ୍ନତି ସାଧନ କରିବା |
  • କୋରାପୁଟକୁ ପର୍ଯ୍ୟଟନ କ୍ଷେତ୍ରରେ ଏକ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାପାଇଁ ଏହାର ସାଂସ୍କୃତିକ ପରମ୍ପରା, ପ୍ରକୃତି ପର୍ଯ୍ୟଟନ, ଘନ ଅରଣ୍ୟାନୀର ଶୋଭା ସମ୍ପଦକୁ ଯଥାର୍ଥ ଭାବେ ଉପଯୋଗ କରି ଏଅହାକୁ ବିଦେଶୀ ତଥା ଦେଶୀୟ ପର୍ଯ୍ୟଟକ ମାନଙ୍କୁ ଆଣିବା ପାଇଁ ସୁଯୋଗ ସୃଷ୍ତି କରିବା ଓ ଉତ୍ସାହିତ କରିବା |

କାର୍ଯ୍ୟସୂଚୀ ଓ ପରିକଳ୍ପନାର ବିଶଦ ବିବରଣୀ :

ପରିକଳ୍ପନାର ନାମ :

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା.

ପରିକଳ୍ପନାର ବିଶଦ ବିବରଣୀ :

“ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ରାଜ୍ୟର ଗରିବ ଓ ବଞ୍ଚିତ ବରିଷ୍ଟ ନାଗରିକମାନଙ୍କ ପାଇଁ ଏକ୍ ଅପୁର୍ବ ସୁଯୋଗ ଯାହାଦ୍ୱାରା ସେମାନେ ତାଙ୍କର ବହୁ ଆକାଂକ୍ଷିତ ତୀର୍ଥ ଦର୍ଶନ ଇଚ୍ଛାକୁ ପୁରଣ କରିପାରିବେ |

ଆବେଦନ କରିବା ନିୟମାବଳୀ :

ଆବେଦନ କରିବାପାଇଁ ଆବଶ୍ୟକ ଫର୍ମ ଗୁଡିକ ପ୍ରତ୍ୟେକ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲାର ପ୍ରତି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପଲବ୍ଧ |

କାହା ସହିତ ଯୋଗାଜୋଗ କରିବେ :

ଇଚ୍ଛୁକ ବରିଷ୍ଠ ତୀର୍ଥଯାତ୍ରୀମାନେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ କିମ୍ବା ନିକଟସ୍ଥ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସହିତ ଯୋଗାଜୋଗ କରି ପାରିବେ |

ଠିକଣା

ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, 
ପୂର୍ବତନ ଜିଲ୍ଲା ପାଠାଗାର, (ଅରବିନ୍ଦ ବିଦ୍ୟାଳୟ ନିକଟରେ), 
ପୋଷ୍ଟ/ ଜିଲ୍ଲା – କୋରାପୁଟ – ୭୬୪୦୨୦, 
ଦୁରଭାଷ – (୦୬୮୫୨) ୨୫୦୩୧୮