• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ସଂସ୍କୃତି ଏବଂ ଐତିହ୍ୟ

କଳା ଓ ସଂସ୍କୃତି

କୋରାପୁଟ ମାଟିରେ ଆଦିବାସୀ ମଣିଷ ମାନଙ୍କ ମଧ୍ୟରେ ଏପରି କଳା କୁଶଳତା ପ୍ରଦର୍ଶନର ଦକ୍ଷତା ରହିଛି ଯାହାକୁ ଅନୁଧ୍ୟାନ କଲେ ଜଣାଯାଏ – ଏହା କେବଳ ଆଜିର ନୁହେ, କାହିଁ କେଉଁ ପ୍ରାଚୀନ କାଳରୁ ସୃଷ୍ଟି ହୋଇଛି | ଯାହା ସହିତ ଧର୍ମ, ଦର୍ଶନ ଓ ମାନବିକ ବିଶ୍ୱାସର ନିବିଡ ସମ୍ପର୍କ ଲହିଛି | ଏହି କଳା, ଯାହା ମଣିଷର ସର୍ବୋତ୍ତମ ପ୍ରଚେଷ୍ଟା ବଳରେ ସୃଷ୍ଟି ହୋଇ ମଣିଷକୁ ଉତ୍କର୍ଷ ସାଧନ ସହିତ ତାକୁ ସଭ୍ୟତାଭିମୁଖି କରି ପାରିଛି | ତାହା ହେଉଛି ମାନବ ସଭ୍ୟତାର ଆଦିମତମ ଅଭିବ୍ୟକ୍ତି ଭାବେ ପରିଚିତ ଚିତ୍ର କଳା | କୋରାପୁଟରେ ସାଂସ୍କୃତିକ ପରମ୍ପରାର ପ୍ରତିଫଳନ ଆମେ ଦେଖିବାକୁ ପାଇଥାଉ ତାର ସ୍ୱତନ୍ତ୍ର ଚିତ୍ରକଳା, ଭାସ୍କର୍ଯ୍ୟ, ହସ୍ତଶିଳ୍ପ, ନୃତ୍ୟ, ସଂଗୀତ, ବାଦ୍ୟ ଇତ୍ୟାଦିର ଧାରାରେ | କୋରାପୁଟ ତାର ଅତି ପ୍ରାଚୀନ କାଳରୁ ପ୍ରଚଳିତ ସମୃଦ୍ଧ କଳା ସଂସ୍କୃତିକୁ ନେଇ ବେଶ୍ ଗର୍ବ ଅନୁଭବ କରିଥାଏ |

ଆଦିବାସୀ ନୃତ୍ୟ

ନୃତ୍ୟ ସଂଗୀତର ଏକ ସମୃଦ୍ଧ ପରମ୍ପରାକୁ ନେଇ କୋରାପୁଟ ଆଦିବାସୀ ସମାଜ ବଞ୍ଚେ ଓ ପ୍ରକୃତି ସହିତ ଏକାକାର ହୋଇ କ୍ଳାନ୍ତି ଅପନୋଦନ ପାଇଁ ଦୁଃଖ କଷ୍ଟର ଚୌହଦି ମଧ୍ୟରେ ଜୀବନକୁ ମନଭରି ଉପଭୋଗ କରିବା ପାଇଁ ଗୀତ, ବାଦ୍ୟ ଓ ନୃତ୍ୟର ତାଳେ ତାଳେ ନିଜକୁ ହଜେଇ ଦିଏ | ଏହି ନୃତ୍ୟ ସଙ୍ଗୀତ ହେଉଛି ଆଦିବାସୀ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ | ଏ କଳା ଆଦିବାସୀ ସଂସ୍କୃତିର ରକ୍ଷା କବଚ | ଏମାନଙ୍କ ନୃତ୍ୟର ସମ୍ଭାର ବହୁବିଧ | ଜନ୍ମୋତ୍ସବ, ବିବାହ, ପୂଜା ପାର୍ବଣ ଆଦି ଅବସରରେ ପ୍ରତ୍ୟେକ ବିଧାନପାଇଁ ଏମାନଙ୍କର ରହିଛି ସ୍ୱତନ୍ତ୍ର ନୃତ୍ୟ ଗୀତର ପରମ୍ପରା | ଏମାନେ ସୌନ୍ଦର୍ଯ୍ୟ ପ୍ରିୟ | ନୃତ୍ୟବଳେ ଏମାନେ ମୁଣ୍ଡରେ ପତ୍ର, ଫୁଲ, ପକ୍ଷୀର ପର ଇତ୍ୟାଦି ପିନ୍ଧିଥାନ୍ତି |

ସାପ୍ତାହିକ ହାଟ

କୋରାପୁଟର ସାପ୍ତାହିକ ହାଟ ଗୁଡିକରେ ବିଭିନ୍ନ ଗୋଷ୍ଟୀର ଆଦିବାସୀ ମାନଙ୍କୁ ଦେଖିବାକୁ ମିଳିଥାଏ | ସେମାନେ ତାଙ୍କର ପାର୍ବତୀୟ ବାସ ସ୍ଥଳୀରୁ ଓହ୍ଲାଇ ଆସି ସାପ୍ତାହିକ ହାଟରେ ଏକତ୍ର ହୁଅନ୍ତି| ଏମାନେ ଆଣିଥିବା ବିଭିନ୍ନ ପ୍ରକାର ଫଳ, ପନିପରିବା, ବନଜାତ ଦ୍ରବ୍ୟ ବିକ୍ରୟ କରି, ତା ବଦଳରେ ନିଜର ଆବଶ୍ୟକୀୟ ଦ୍ରବ୍ୟ କ୍ରୟ କରିଥାନ୍ତି | ସାପ୍ତାହିକ ହାଟ ସେମାନଙ୍କ ମଧ୍ୟରେ ବନ୍ଧୁ ମିଳନ, ଦୁଃଖ ସୁଖ ହେବାର ସୁଯୋଗ ଆଣିଦେଇଥାଏ |ସଂସ୍କୃତି ଏବଂ ଐତିହ୍ୟ