• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ୨୦୦୯

  1. ୮୬ତମ ସମ୍ବିଧାନ ସଶୋଧନ, ଅଧିନିୟମ ୨୦୦୨ରେ ସ୍ଥାନିତ ଅନୁଚ୍ଛେଦ ୨୧-କ, ଭାରତୀୟ ସମ୍ବିଧାନ ବ୍ୟବସ୍ଥା କରେ ଯେ/
  2. ୬ ରୁ ୧୪ ବର୍ଷର ବଯସର ପ୍ରତ୍ୟେକ ଶିଶୁର ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ନିକଟବର୍ତ୍ତୀ ବିଦ୍ୟାଳୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇବା ଅଧିକାର ରହିବା
  3. ଯେଉଁଠାରେ ଜଣେ ଛଅ ବର୍ଷରୁ ଊର୍ଦ୍ଧ ବଯସର ଶିଶୁ କୌଣସି ବିଦ୍ୟାଳୟରେ ନାମ ଲେଖାଇନାହିଁ କିମ୍ବା ଯଦି ବିଦ୍ୟାଳୟକୁ ଯାଇ ପ୍ରାଥମିକ ଶିକ୍ଷା ସମାପ୍ତ କରିପାରିଲା ନାହିଁ ତାହା ହେଲା ସେ ତାହାର ବୟସ ଉପଯୋଗୀ ଗୋଟିଏ ଶ୍ରେଣୀରେ ନାମ ଲେଖାଇପାରିବ ।
  4. ଯେଉଁଠାରେ ଗୋଟିଏଆ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବାର ବ୍ୟବସ୍ଥା ନାହିଁ ସେଠାରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପାଇଁ ଧାରା ୨ର ଖଣ୍ଡ (n ) ର ଉପଖଣ୍ଡ(iii) ଏବଂ (iv) ରେ ସ୍ବତନ୍ତ୍ର ଭାବେ କୁହାଯାଇଥିବା ବିଦ୍ୟାଳୟକୁ ଛାଡି ଅନ୍ୟ ଯେ କୌଣସି ବିଦ୍ୟାଳୟକୁ ଯିବାର ଅଧିକାର ରହିବ।
  5. କୌଣସି ବିଦ୍ୟାଳୟ କିମ୍ବା ବ୍ୟକ୍ତି ଶିଶୁର ନାମଲେଖା ସମୟରେ କୌଣସି ମୁଣ୍ଡପିଛା ଚାନ୍ଦା ସଂଗ୍ରହ କରିପାରିବେ ନାହିଁ ଏବଂ ଶିଶୁ କିମ୍ବା ତାର ପିତାମାତା ବା ଅଭିଭାବକଙ୍କୁ କୌଣସି ଚୟନ ପ୍ରକ୍ରିୟା ଦେଇ ଯିବାକୁ ହେବ ନାହିଁ ।
  6. ବୟସ ପ୍ରମାଣପତ୍ର ଅଭାବରୁ କୌଣସି ଶିଶୁକୁ ବିଦ୍ୟାଳୟରେ ନାମଲେଖା ନିମନ୍ତେ ମନା କରାଯିବ ନାହିଁ ।
  7. ପ୍ରାଥମିକ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ନାମ ଲେଖାଇଥିବା କୌଣସି ଶିଶୁ କୌଣସି ଶ୍ରେଣୀରେ ଅଟକି ଯିବ ନାହିଁ ।
  8. କୌଣସି ଶିଶୁକୁ ଶାରୀରିକ ଦଣ୍ଡ ବା ମାନସିକ ନିର୍ଯ୍ୟାତନା ଦିଆଯିବ ନାହିଁ ।
  9. ଧାରା ୨ ଖଣ୍ଡ (n) ଅନ୍ତର୍ଗତ ଉପଖଣ୍ଡ (iv) ରେ ନିର୍ଦ୍ଧାରିତ ହୋଇଥିବା ବିଦ୍ୟାଳୟଗୁଡ଼ିକ ବ୍ୟତୀତ ଅନ୍ୟ ପ୍ରତ୍ୟେକ ବିଦ୍ୟାଳୟରେ ସ୍ଥାନୀୟ କର୍ତ୍ତୁପକ୍ଷଙ୍କର ନିର୍ବାଚିତ ପ୍ରତିନିଧି, ଉକ୍ତ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ପିତାମାତା, ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଗୋଟିଏ ପରିଚାଳନା କମିଟି ଗଠିତ ହେବ ।