• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ସଂସ୍ଥା ବିଷୟରେ

୧୯୭୫ ମସିହାରେ ଏହି କାର୍ଯ୍ୟାଳୟ କୋରାପୁଟ ଜିଲ୍ଲା ରୁ ୩୩ କିଲୋମିଟର୍ ଦୁରରେ ସ୍ଥାପିତ ହୋଇଥିଲା | ଏହା ଜୟପୁର ସରକାରୀ ବସ୍ ଷ୍ଟାଣ୍ଡ ଠାରୁ ୧କିମି ଦୂର ଏବଂ ଜାତୀୟ ରାଜପଥ:୨୬, ୧୮ଡିଗ୍ରୀ ୫୨’ ୦୭.୮୮ ଡିଗ୍ରୀ ଉତ୍ତର ଏବଂ ୮୨ ଡିଗ୍ରୀ ୩୪’ ୨୨.୦୫ ଡିଗ୍ରୀ ପୁର୍ବ ଏବଂ ସମୁଦ୍ର ପତନ ଠାରୁ ୬୦୨ ମିଟର ଉଚ୍ଚତାରେ ଅବସ୍ଥିତ |

ସଂସ୍ଥାର ବିବରଣୀ:

କୋରାପୁଟ୍ ମଣ୍ଡଳର କୃଷି ଉପନିର୍ଦ୍ଧେଶକ ଅଫିସ ଜୟପୁର୍ରେ ଅବସ୍ଥିତ । ଜୟପୁର୍ ୪ ଗୋଟି ଅବିଭକ୍ତ ଜିଲ୍ଲାକୁ ନେଇ ଗଠିତ ଯଥା କୋରାପୁଟ୍, ନବରଙ୍ଗପୁର୍,ମାଲକାନଗିରି ଏବଂ ରାୟଗଡ । ୨୦୦୯ ରେ ନୁତ୍ତନ କୃଷି ମଣ୍ଡଲ ଗଠିତ ହେବା ପରେ କୋରାପୁଟ୍ ଜିଲ୍ଲା ୪ ଗୋଟି କୃଷି ଜିଲ୍ଲାରେ ବିଭକ୍ତ ହୋଇଥିଲା ଯଥା, ଜୟପୁର୍, କୋରାପୁଟ୍, ନନ୍ଦପୁର୍ ଏବଂ ନାରାୟଣପାଟନା । ସେଠାରେ ୫ ଗୋଟି ସରକାରୀ ଖୁଦ୍ର କୃଷି ଫାର୍ମ୍ କୃଷି ଉପନିର୍ଦ୍ଧେଶକ କୋରାପୁଟ୍, ଜଯପୁର ଅଧିନସ୍ତ ଯଥା କୋରାପୁଟ୍, ବୋରିଗୁମ, ନାରାୟଣପାଟନା, ଡୁମୁରିପୁଟ୍ ଏବଂ ବୋଇପାରିଗୁଡ । ଗୋଟିଏ ବଡ଼ ସରକାରୀ କୃଷି ଫାର୍ମ ଯଥା ମିଶ୍ରୀତ କୃଷି ଫାର୍ମ ସିମିଲିଗୁଡା । ସେଠାରେ ଗୋଟିଏ ମାଟି ପରୀକ୍ଷ କେନ୍ଦ୍ର ଅବସ୍ତିତ ଏବଂ ସେଠାରେ କୃଷି ଯାନ୍ତ୍ରିକ ଅଫିସ ଜୟପୁରରେ ଅବସ୍ଥିତ । ସେଠାରେ ୧୪ ଟି ସହାୟକ କୃଷି ଅଧିକାରୀ ପ୍ରତ୍ୟେକ ବ୍ଲକର ମୁଖ୍ୟ କଯ୍ୟାଳୟରେ କାମ କରୁଛନ୍ତି ।
କୃଷି ଉପନିର୍ଦ୍ଧେଶକ କୋରାପୁଟ୍ ମଣ୍ଡଲ ଜୟପୁରର ସମସ୍ତ କାର୍ଯ୍ୟର ଦାଇତ୍ଵ ,ଲକ୍ଷ୍ୟ ଓ ଉଦେଶ୍ୟ।

ଲକ୍ଷ୍ୟ :

  1. ଜିଲ୍ଲାର କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ଏବଂ ଖାଦ୍ୟ ନିରାପତ୍ତା ଏବଂ କୃଷକ ସଶକ୍ତିକରଣ କରାଯିବ।
  2. ମଞ୍ଛି, ସାର, ଅଣୂସାର, ଯୌବିକ ସାର, ରାସାଯନିକ ସାର, କୀଟ ନାଶକ ଔଷଧ ଯୋଗାଇ ଦିଆଯାଉଛି ।
  3. କୃଷକମାନଙ୍କୁ ଶସ୍ୟ ବିବିଧୀକରଣରେ ଅଳ୍ପ ଲାଭଜନକ ଶସ୍ୟକୁ ଅଧିକା କରିବା ପାଇଁ ଉତ୍ସାହିତ କରାଇବା।
  4. କୃଷି କର୍ମ ପ୍ରଣାଳୀକୁ (ଅଧିକା) ବିସ୍ତାର କରିବା ଏବଂ ପ୍ରସାରଣ କରିବା ଯାହାଦ୍ୱାରା ବିଭିନ୍ନ ଆଧୁନିକ ମଧ୍ୟକ୍ଷେପ ଦ୍ଵାରା ଅଧିକା ଲାଭଜନକ ଶସ୍ୟ ପାଇପାରିବା ।
  5. ତାଲିମ ଶିବିର, ପରୀକ୍ଷଣ ଓ କ୍ଷେତ୍ରପ୍ରଦଶନ ଦ୍ଵାରା କିପରି କୋରାପୁଟ ଜିଲ୍ଲାର କୃଷକ ଗୋଷ୍ଠୀ ମାନଙ୍କର ଆଧୁନିକ ଜ୍ଞାନ କୌଶଳ ବୃଦ୍ଧି କରିବା ।
  6. ମଞ୍ଛିର ପୁନଃସ୍ଥାପିତ ଅନୁପାତ ଦ୍ଵାରା ଚାଷ କରୁଥିବା ଶଷ୍ୟର ଅଧିକା ଉତ୍ପାଦନ , ଉତ୍ପାଦିକତା ଓ ଲାଭ ବୃଦ୍ଧି କରିବା ।
  7. ଜିଲ୍ଲାରେ ରହିଥିବା ଛୋଟ ଏବଂ ମଧ୍ୟମ କୃଷକ ମାନଙ୍କୁ ସବୁ ବିଷୟରେ ଜାଣିବା ପାଇଁ ଉତ୍ସାହିତ କରାଇବ।
  8. କୃଷକ ଗୋଷ୍ଠୀ ମାନଙ୍କୁ ଶସ୍ୟର ବୀମା ବିଷୟରେ ସଚେତନ କରିବା।
  9. କୃଷି କାର୍ଯ୍ୟରେ କୃଷି ଯନ୍ତ୍ରପାତି ର ସଠିକ ଓ ଫଳପ୍ରଦ ଉପଯୋଗିତାକୁ ପ୍ରଚାର କରିବା ।
  10. ଚାଷୀଙ୍କ ଉନ୍ନତି ଓ ସଶକ୍ତିକରଣ ପାଇଁ ବିଭିନ୍ନ ପ୍ରକାରର ସରକାରୀ ରିହାତି ଯୋଜନାର ଉପଲବ୍ଧି ପାଇଁ କୃଷକଙ୍କୁ ଜଣାଇବା।
  11. କୃଷକ, ବୈଜ୍ଞାନିକ, ଏବଂ ସମ୍ପ୍ରସାରଣ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରାଇବା ।
  12. ଦକ୍ଷତା ବୃଦ୍ଧି ଓ କ୍ଷେତ୍ର ପ୍ରଦର୍ଶନର ଉପାୟ ଏବଂ ନୂତନ କିସମର ବିହନ ଦ୍ଵାରା ଶସ୍ୟ ପଦ୍ଧତିର ଉନ୍ନତ ବିଶୟରେ ଜଣାଇବା।
  13. ଚାଷ ଜମିକୁ ରାସାଯନିକ ଓ କୀଟନାଶକ ସାରରୁ ମୁକ୍ତ କରିବା ପାଇଁ ଜୈବିକ କୃଷିକୁ ପ୍ରୋତ୍ସାହନ କରିବା ।
  14. ଚିରନ୍ତନ କୃଷିର ବିକାଶ ଓ କୃଷକ ସଶକ୍ତିକରଣ ପାଇଁ ଜିଲ୍ଲାର ସମସ୍ତ ବିଭାଗୀୟ କାର୍ଯ୍ୟକ୍ରମ କୁ ତ୍ଵରାନିତ କରିବା।