• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

କୋଲାବ ନଦୀର ଦକ୍ଷିଣ ପାର୍ଶ୍ୱରେ କୋରାପୁଟ ଠାରୁ ୧୦ କିମି (ଭାୟା ପଣ୍ଡିଘାଟ) ଦୁରରେ ଅବସ୍ଥିତ | ଏହି ସ୍ଥାନକୁ ନନ୍ଦପୁର ଦେଇ ଗଲେ ୭୧ କିମି ହେବ | ଏଠାରେ ଥିବା ଏକତାମ୍ର ଫଳକରୁ ଜଣାଯାଏ ଯେ ୧୬୨୦ ଖ୍ରୀଷ୍ଟାବ୍ଦ ସେପ୍ତେମ୍ବର ୨୪ ତାରିଖରେ ପଡିଥିବା ସୂର୍ଯ୍ୟପରାଗ ସମୟରେ ମହାରାଜା କୃଷ୍ଣଦେବ ଏହି ଗ୍ରାମଟିକୁ ନରସିଂହ ମିଶ୍ର ନାମକ ଏକ ବ୍ରାହ୍ମଣକୁ ଦାନ କରିଥିଲେ | ଏଠାରେ ୩୦ ଫୁଟ ଉଚ୍ଚତାର ଏକ ଜୈନ ମନ୍ଦିର ଥିଲା | ଉପର କୋଲାବ ଜଳଭଣ୍ଡାର ନିର୍ମାଣ ଫଳରେ ଏହି ମନ୍ଦିର ସମ୍ପୁର୍ଣ୍ଣ ରୁପେ ଜଳମଗ୍ନ ହୋଇଯାଇଛି | ସେଠାରେ ଥିବା ଜୈନମୂର୍ତ୍ତିଗୁଡିକୁ ଉଦ୍ଧାର କରାଯାଇ ନିକଟସ୍ଥ ପାହାଡରେ ରଖାଯାଇଛି | ତା ମଧ୍ୟରେ ୫ଟି ଜୈନ ତୀର୍ଥଙ୍କର – ଋଷଭନାଥ, ମହାବୀର ଜୈନ, ଅମ୍ବିକାଦେବୀ, ଯକ୍ଷ ଓ ଯକ୍ଷିଣୀ ଆଦିଙ୍କର ସୁନ୍ଦର କାରୁକାର୍ଯ୍ୟ ଖଚିତ ମୁର୍ତ୍ତି ରହିଛି | ଏଥିରୁ ପ୍ରତିପାଦିତ ଯେ ମଧ୍ୟଯୁଗରେ କେଚେଲା ଏକ ଜୈନପୀଠ ରୁପେ ପରିଚିତ ଥିଲା |

ସଡ଼କ ପଥରେ
କୋଲାବ ନଦୀର ଦକ୍ଷିଣ ପାର୍ଶ୍ୱରେ କୋରାପୁଟ ଠାରୁ ୧୦ କିମି (ଭାୟା ପଣ୍ଡିଘାଟ) ଦୁରରେ ଅବସ୍ଥିତ |

Budha Statue , Jain Statue , Kolab at Kechela , Statues Kechela , Sunset