• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପର୍ଯ୍ୟଟନ ଆକର୍ଷଣ

ଡୁଡୁମା ଜଳପ୍ରପାତ ଠାରୁ ୩ କିମି ଦୁରରେ ଅବସ୍ଥିତ ଏକ ଛୋଟ ଗ୍ରାମ | ଏଠାରେ ପ୍ରତି ଗୁରୁବାରଦିନ ହେଉଥିବା ସାପ୍ତାହିକ ହାଟକୁ ଆଦିମ ଜନଜାତି ସମ୍ପ୍ରଦାୟର ବଣ୍ଡା ଆଦିବାସୀମାନେ ଆସିଥାନ୍ତି | ସେମାନେ ନିଜ ଅଞ୍ଚଳର ବନଜାତ ଦ୍ରବ୍ୟ ଓ ସେମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଅଳଙ୍କାର ଏହି ହାଟରେ ବିକ୍ରୟ କରି ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ କରିଥାନ୍ତି | ଏମାନଙ୍କୁ ଦେଖିବା ପାଇଁ ତଥା ସେମାନଙ୍କଦ୍ୱାରା ପ୍ରସ୍ତୁତ ସାମଗ୍ରି ଓ ସଂଗୃହିତ ବନଜାତ ଦ୍ରବ୍ୟ କ୍ରୟ କରିବା ପାଇଁ ଏହି ହାଟକୁ ବହୁ ଦେଶୀ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି |

ସଡ଼କ ପଥରେ
ଡୁଡୁମା ଜଳ ପ୍ରପାତ ରୁ ୩ କି.ମି ଦୁରତା ରେ ଏହି ସ୍ଥଳୀ ଅବସ୍ଥିତ | କୋରାପୁଟ ରୁ ୭୦ କି.ମି ଦୁରତା ରେ ଅବସ୍ଥିତ

Deomali , Gulumi , Gupteswar , Jalaput , Kathi Dance , Kechela , Kolab , Maa Kantabaunsuni Temple, Damanjodi , Maliguda Tunnel , Maliguda , Sabara Shrikhetra Koraput , Subai , Tribal Museum